ନ୍ୟୁଜ ଡେକ୍ସ : କଟକ ଚୌଦ୍ବାର ଘଟଣା ପରେ ଏବେ ଭୁବନେଶ୍ୱରର ଚନ୍ଦକା ଥାନାରେ ହେଲା ଚମତ୍କାରି ଘଟଣା। ଚୋର ଜଣେ ପୋଲିସ ହିରାସତରୁ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ଘଟଣା ହୋଇଥିଲା। ସେହି ଘଟଣାର ତଦନ୍ତ କରି ଦୁଇଦିନ ପୂର୍ବେ ଚନ୍ଦକା ପୋଲିସ ପଶ୍ଚିମବଙ୍ଗର ରାଜା ନାମକ ଅଭିଯୁକ୍ତକୁ ଗିରଫ କରିଥିଲେ।
ତଦନ୍ତ ସମୟରେ ଅଭିଯୁକ୍ତ ବାନ୍ତି ଲାଗୁଥିବା ବାହାନା କରି ବାଥରୁମକୁ ଯିବା ପାଇଁ ଅନୁମତି ନେଇଥିଲା। ସେତେବେଳେ ଅଭିଯୁକ୍ତ ଚାଲାକି କରି ପାଖରେ ଥିବା କନେଷ୍ଟବଳଙ୍କୁ ଧକ୍କା ଦେଇ ଥାନା ପ୍ରାଙ୍ଗଣରୁ ପଳାଇଯାଇଥିଲା। ଏହି ଘଟଣା ପରେ ଚନ୍ଦକା ଥାନାର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି।
ଥାନା ଭିତରେ ପୋଲିସ କର୍ମଚାରୀ ଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯିବା ନେଇ ଉଚ୍ଚ ସ୍ତରର ତଦନ୍ତ ଆବଶ୍ୟକ ହେବା ଦାବି ଉଠିଛି।ସ୍ଥାନୀୟ ଲୋକମାନେ କହୁଛନ୍ତି, ଏପରି ଘଟଣା ପୋଲିସ ପ୍ରଶାସନର ଅବହେଳା ଓ ସୁରକ୍ଷା ବ୍ୟବସ୍ଥାର ଦୁରବସ୍ଥାକୁ ପ୍ରକାଶ କରୁଛି। ଏହି ଫେରାର ଅଭିଯୁକ୍ତଙ୍କୁ ଶିଘ୍ର ଧରିବା ପାଇଁ ପୋଲିସ ଏବେ ଚାଲିଛି ଅଭିଯାନ।
