Thu. Oct 23rd, 2025

ନ୍ୟୁଜ ଡେକ୍ସ : କଟକରେ ଚାଞ୍ଚଲ୍ୟ। ଜାତୀୟ ରାଜପଥରେ ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ। ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ନାବାଳିକାକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଥିଲେ। ଏନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ପୁଲିସ ଅଟୋ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।ସୂଚନାମୁତାବକ, ଗତ ୮ ତାରିଖରେ ଜଗତପୁରରୁ ଅଟୋ ଭଡ଼ା କରି ସାଙ୍ଗ ସହ ଡ୍ରେସ କିଣିବାକୁ ବାଦାମବାଡ଼ି ଆସିଥିଲେ ପୀଡ଼ିତା । ଏହି ସମୟରେ ନାବାଳିକା ମୁଣ୍ଡ ବୁଲାଇବାରୁ ସେ ପାଣି ମାଗିଥିଲେ ।

ସାଥିରେ ଥିବା ସାଙ୍ଗ ରାସ୍ତା କଡ଼କୁ ଯାଇ ପାଣି ଆଣିବା ଭିତରେ, ଅଟୋ ଚାଳକ ନାବାଳିକା ସହ ଅସଦାଚରଣ କରିଥିଲେ । ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିଥିଲେ। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ଏଥି ସହିତ ନାବାଳିକା ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି।ଏଥି ସହିତ ନାବାଳିକା ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି।

Leave a Reply

Your email address will not be published. Required fields are marked *