ନ୍ୟୁଜ ଡେକ୍ସ : ଭଦ୍ରକ ରେଳ ଷ୍ଟେସନରେ ଘଟିଥିବା ଏକ ଘଟଣାରେ ଜଣେ ବୃଦ୍ଧା ମହିଳାଙ୍କ ଜୀବନ ଆରପିଏଫ ଅଧିକାରୀଙ୍କ ତୁରନ୍ତ ସତର୍କତା ଓ ସାହସିକତାରେ ରକ୍ଷା ପାଇଛି। ଘଟଣାଟି ବୁଧବାର ରାତି ପ୍ରାୟ ୧ଟା ସମୟରେ ଘଟିଥିଲା ଏବଂ ସେଥିର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ଜଣେ ବୃଦ୍ଧା ମହିଳା ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଚାଲୁ ହେବା ପରେ ଚଢ଼ିବାକୁ ଚେଷ୍ଟା କରୁଥିଲେ।
ଏହି ସମୟରେ ସେ ଅସନ୍ତୁଳିତ ହୋଇ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଖସିପଡ଼ିଥିଲେ।ଘଟଣା ଦେଖି ରେଳ ସୁରକ୍ଷା ବଳ (RPF) ର ସହାୟକ ଉପ-ନିରୀକ୍ଷକ (ASI) ମାନସ ମାଣିକ ତୁରନ୍ତ ଦୌଡ଼ି ଯାଇ ସେହି ବୃଦ୍ଧାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ। ତାଙ୍କ ତତ୍କାଳ ପଦକ୍ଷେପ ଫଳରେ ଜାନକୀ ରାଉତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ।ଏହି ବିଷୟରେ ଏଏସଆଇ ମାନସ ମାଣିକ କହିଛନ୍ତି, “ମୁଁ ଦେଖିଲି ଯେ ବୃଦ୍ଧା ଟ୍ରେନ ଚାଲୁଥିବାବେଳେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି।
ସେ ଖସି ଟ୍ରେନ ତଳେ ପଡ଼ିବାକୁ ଯାଉଥିଲେ, ମୁଁ ତୁରନ୍ତ ଦୌଡ଼ି ଯାଇ ସେଠାରୁ ଟାଣି ନେଲି।”ଯାହା ଫଳରେ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ।ତେବେ ଏନେଇ ଆରପିଏଫ ଏଏସଆଇ କହିଛନ୍ତି ଯେ ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଚାଲୁଥିଲାବେଳେ ବୃଦ୍ଧା ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ସେ ଖସି ଟ୍ରେନ ତଳେ ପଡ଼ିବାକୁ ଯାଉଥିଲା ବେଳେ ମୁଁ ଦୌଡ଼ି ଯାଇ ତୁରନ୍ତ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲି। ଫଳରେ ତାଙ୍କ ଜୀବନ ରକ୍ଷା ପାଇଗଲା।
