ନ୍ୟୁଜ ଡେକ୍ସ: ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ୍। ଏଥିସହ ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ବି ଚାଲିବ ବସ୍। ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍ ସେବା । ଫଳରେ ତୀର୍ଥ ଯାତ୍ରୀମାନେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ।
ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା | ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍ ସେବା । ସେନେଇ ବ୍ୟବସ୍ଥା କରାଯାଇଛି । ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ତେବେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ ଓଡ଼ିଶାର ସମସ୍ତ ତୀର୍ଥଯାତ୍ରୀ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି l
ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଛି l ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ନୂଆ ବର୍ଷ ପୂର୍ବରୁ ଏହି ବସ୍ ଚଳାଚଳ ଆରମ୍ଭ ହେବ l ବହୁ ସ୍ୱଳ୍ପ ମୂଲ୍ୟରେ ତୀର୍ଥଯାତ୍ରୀ ମାନେ ତୀର୍ଥଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା | କେବଳ ଏତିକି ନୁହେଁ କିଭଳି ବାହାର ରାଜ୍ୟକୁ ଭୁବନେଶ୍ୱରରୁ ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି ।