Sat. Feb 21st, 2026

ନ୍ୟୁଜ ଡେକ୍ସ: ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲେ ରାଜ୍ୟ ସରକାର । ପଞ୍ଜୀକୃତ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ ।

ମୋଟ୍ ୫୦ ଲକ୍ଷ ୧୬ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି ।ଅକ୍ଷୟ ତୃତୀୟା ଉପଲକ୍ଷେ ଅଖୀ ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ।

ସିଏମ କିଷାନ୍ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର ଟଙ୍କା। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେଉଛନ୍ତି ଓଡ଼ିଶାର ବିଜେପି ସରକାର। ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା।

Leave a Reply

Your email address will not be published. Required fields are marked *