Sat. Feb 21st, 2026

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିବା ଚାଷୀମାନଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦ କମ୍ପ୍ଲେକ୍ସ ମଧ୍ୟରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସେମାନେ ଦିଲ୍ଲୀ ଅଭିମୁଖେ ପୁଣି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକାରୁ ଆସିଥିବା ୧୨ ଜଣ ଚାଷୀ ନେତାଙ୍କ ସହ ରାହୁଲ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ସେମାନଙ୍କ ସମସ୍ୟାକୁ ସେ ସଂସଦରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀଙ୍କୁ ରାହୁଲ ଗାନ୍ଧି ଭେଟିବା ସମୟରେ କେସି ଭେନୁଗୋପାଲ, ଦୀପେନ୍ଦର ସିଂହ ହୁଡା, ଅମରିନ୍ଦର ସିଂହ ରାଜା ୱାରିଂ ଓ ସୁଖଜିନ୍ଦର ସିଂହ ରନ୍ଧୱା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *