ନ୍ୟୁଜ ଡେକ୍ସ : ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ।
ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁ ଚାଷୀମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ, ସର୍ଭେ କରାଯାଇ ସେଗୁଡ଼ିକୁ କାଟି ଦିଆଯିବ ବୋଲି ଜଣାପଡ଼ିଛି ।
ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ପଞ୍ଜୀକରଣ ଅବଧି ବଢିବା ନେଇ ସଙ୍କେତ ଦେଇଥିଲେ । ପଞ୍ଜୀକରଣ ଅବଧିକୁ ଆଉ ସପ୍ତାହେ ବଢାଇବାକୁ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ମୁଖ୍ୟମନ୍ତ୍ରୀ ଅବଧି ବଢାଯିବା ନେଇ କହିଥିଲେ ।
