Thu. Oct 23rd, 2025
Rural children drinking water outdoor in the nature.

ନ୍ୟୁଜ ଡେକ୍ସ: ଜାନୁଆରୀରୁ ଡରାଇଲାଣି ଖରା ତାତି। ସକାଳୁ ଟାଏଁ ଟାଏଁ ଖରା ଆରମ୍ଭ ହୋଇଯାଉଛି। ଦିନ ଦ୍ୱିପ୍ରହରରେ ପ୍ରବଳ ଖରା ଅନୁଭୂତ ହେଉଛି। ଗତ ୨-୩ ଦିନ ହେବ ରାଜ୍ୟରେ ଏଭଳି ଖରା ଅନୁଭୂତ ହେଉଥିବା ବେଳେ ବୁଧବାର ଏକାଧିକ ସହରରେ ତାପମାତ୍ରା ୩୫ ଡିଗ୍ରୀ ନିକଟତର ହୋଇଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ସକାଳୁ ଘନ କୁହୁଡି ଅସ୍ତବ୍ୟସ୍ତ କରୁଥିବା ବେଳେ ଦିନରେ ରେକର୍ଡ ଭାଙ୍ଗୁଛି ତାତି । ଏବେଠାରୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଲାଣି । ସ୍ବାଭାବିକ ଠାରୁ ତାପମାତ୍ରା ୫ ଡିଗ୍ରୀ ବୃଦ୍ଧି ପାଇଛି । ଗତକାଲି କୋରାପୁଟରେ ଦିନର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ଏବେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାଦ୍ୱାରା କିଛି ଦିନ ହେବ ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଓ ଥଣ୍ଡା ବାୟୁ ଆସୁ ନ ଥିବାରୁ ଆକାଶ ନିର୍ମଳ ରହିବା ସହ ପୃଥିବୀ ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ୁଛି। ଏଥିପାଇଁ ଖରାଟିଆ ପାଗ ସହ ତାପମାତ୍ରା ଅଧିକ ରହୁଛି। ଏହି ସ୍ଥିତି ପ୍ରାୟ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବା ବେଳେ ଭୋର୍‌ ସମୟରେ ଅନେକ ସ୍ଥାନରେ ଘନ କୁହୁଡ଼ି ଆଶଙ୍କା କରାଯାଉଛି।

Rural children drinking water outdoor in the nature.

Leave a Reply

Your email address will not be published. Required fields are marked *