ନ୍ୟୁଜ ଡେସ୍କ: ବିଷ ବଳୟରେ ଦିଲ୍ଲୀ ବାୟୁ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍। ଦିନକୁ ଦିନ ଏହା ବଢ଼ି ଚାଲିଛି। ଏବେଠାରୁ ଜହର ପାଲଟିଲାଣି ଦିଲ୍ଲୀ ବାୟୁ। ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଫଳରେ ଲୋକେ ଅଣନିଶ୍ଵାସୀ ହେଲେଣି ରାଜଧାନୀବାସୀ। ଦୀପାବଳି ପୂର୍ବରୁ ଡ଼ରାଇଲାଣି ଦିଲ୍ଲୀର ପ୍ରଦୂଷଣ। ଏଠାକାର ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି।
ସକାଳୁ ସକାଳୁ ହିଁ ଦିଲ୍ଲୀ, ନୋଏଡା-ଗ୍ରେଟର ନୋଏଡା ଏବଂ ଗାଜିଆବାଦ ସମେତ ଅନେକ ଅଞ୍ଚଳ ଧୂଆଁର ଚାଦର ତଳେ ଢ଼ାଙ୍କି ହୋଇଯାଇଛି। ପ୍ରଶାସନ ପ୍ରଦୂଷଣ ଦୂର କରିବା ପାଇଁ ଲାଗିପଡିଥିଲେ ସୁଦ୍ଧା ବାୟୁ ଗୁଣବତ୍ତାରେ କିନ୍ତୁ କୌଣସି ସୁଧାର ଆସୁନାହିଁ। ଦିଲ୍ଲୀ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖାରପ ଶ୍ରେଣୀକୁ ଚାଲିଯାଇଛି। ଏଠାକର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରିଛି। ସେହିପରି ମୁଣ୍ଡକାରେ ମଧ୍ୟ AIQ ୩୧୪ ରହିଛି। ପଞ୍ଜାବୀ ବାଗ୍ରେ ମଧ୍ୟ ବାୟୁର ଗଣବତ୍ତା ୩୦୦ ଥିବା ରେକର୍ଡ ହୋଇଛି।
ପଞ୍ଜାବୀ ବାଗ୍ରେ ମଧ୍ୟ ବାୟୁର ଗଣବତ୍ତା ୩୦୦ ଥିବା ରେକର୍ଡ ହୋଇଛି। ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଜାବ-ହରିୟାଣା ସମେତ ପଡୋଶୀ ରାଜ୍ୟରେ ନଡ଼ା ଜଳିବା। ପ୍ରତିବର୍ଷ ଏହି ଋତୁରେ କୃଷକମାନେ ନଡ଼ା ଜଳିବା ଯୋଗୁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଏ। ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଅଛି କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି।