Thu. Oct 23rd, 2025

ନ୍ୟୁଜ ଡେକ୍ସ : ଚିଲିକା ହ୍ରଦରେ ଶନିବାର ଏକ ବିରଳ ପ୍ରାକୃତିକ ଘଟଣା ଦେଖିବାକୁ ମିଳିଛି। ହ୍ରଦ ଉପରେ ହଠାତ୍ ଏକ ବିରାଟ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡିଥିଲେ। କେହି କେହି ପର୍ଯ୍ୟଟକ ସେହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

ଏହି ଘଟଣା ଏହି ବର୍ଷ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରଥମ ଘୂର୍ଣ୍ଣିବାତ୍ୟା ରୂପେ ଗଣାଯାଉଛି। ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ ଏହାକୁ “ଜଳଘୂର୍ଣ୍ଣିବାତ୍ୟା” (Waterspout) ଭାବେ ଚିହ୍ନଟ କରିଛନ୍ତି। ସେ କହିଛନ୍ତି, “ଏହା ଏକ ପ୍ରକାର ଘୂର୍ଣ୍ଣିବାତ୍ୟା ଯାହା ବଡ଼ ଜଳଭଣ୍ଡାର ବା ସମୁଦ୍ର ଉପରେ ଘଟେ। ଆମେରିକା ଓ କାନାଡା ଆଖପାଖ ସମୁଦ୍ରରେ ଏଭଳି ଘଟଣା ସାଧାରଣ ହେଲେ ମଧ୍ୟ ଭାରତରେ ଏହା ବିରଳ ଦେଖାଯାଏ।”

ସେ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗ ଓ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଏପରି ଘଟଣା କେବେ କେବେ ଦେଖାଯାଏ, କିନ୍ତୁ ଓଡ଼ିଶାରେ ଏହା ଅତ୍ୟନ୍ତ ବିରଳ ଘଟଣା। ଚିଲିକା ହ୍ରଦ ପର୍ଯ୍ୟଟନ ସ୍ଥଳ ଭାବେ ପ୍ରସିଦ୍ଧ ଥିବାରୁ, ଏହି ଅପୂର୍ବ ଦୃଶ୍ୟ ଅନେକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। କେହି ଏହାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅଭିନବ ଉପହାର ଭାବେ ବି ବର୍ଣ୍ଣନା କରିଥିଲେ।

Leave a Reply

Your email address will not be published. Required fields are marked *