Fri. Oct 24th, 2025

ନ୍ୟୁଜ ଡେକ୍ସ: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଧସନାପାରୀ ଗ୍ରାମର ଶୈଳକାନ୍ତ ରାଉତଙ୍କ ଘରୁ ବିଳମ୍ବିତ ରାତିରେ ଚୋର ମାନେ ବାଡି ପଛପାଖ ଝରକା କୁ ଭାଙ୍ଗି ଘରେ ପଶି ଗଦରେଜକୁ ଭାଙ୍ଗି ୮ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଓ ଏଟିଏମ କାର୍ଡ,ପ୍ୟାନ କାର୍ଡ ସହ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇ ଯାଇଛନ୍ତି !

ପ୍ରବଳ ଗରମ ହେତୁ ଶୈଳକାନ୍ତ ଓ ତାଙ୍କ ପୁଅ ଏସି ଲାଗିଥିବା ଗୋଟିଏ ଘରେ ଶୋଇଥିଲେ ! ଏହାର ସୁଯୋଗ ନେଇ ଚୋରମାନେ ଅନ୍ୟ ଏକ କୋଠରୀରେ ପଶି କଳା କନା ବୁଲାଇ ଦେଇଛନ୍ତି ! ଗତ ପନ୍ଦର ଦିନ ମଧ୍ୟରେ ଏହି ଗ୍ରାମର ଶଙ୍କର ମିଶ୍ରଙ୍କ ଘରୁ ଓ ପରେ ରବିନ୍ଦ୍ରନାଥ ମାହାଳିଙ୍କ ଘରୁ କେହି ନ ଥିବାର ସୁଯୋଗ ରେ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଥିବା କୁଦାନଗରୀ ଥାନା ରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ଚୋରର ପାଖରେ ପହଞ୍ଚିବାକୁ ସକ୍ଷମ ହୋଇପାରୁନି !

ଚୋରଙ୍କ ଆତଙ୍କ ରାଜ ଯୋଗୁ ଲୋକ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ! ତୁରନ୍ତ ଚୋରକୁ ଧରି ସମସ୍ତ ଟଙ୍କା ଓ ଅଳଙ୍କାର ଉଦ୍ଧାର କରିବାକୁ ସାଧାରଣରେ ଦାବୀ ହେଉଛି !

Leave a Reply

Your email address will not be published. Required fields are marked *