ନ୍ୟୁଜ ଡେସ୍କ:ବାଂଲାଦେଶରେ କାଳୀ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ଏବଂ ସୁନାରେ ନିର୍ମିତ ଏହି ମୁକୁଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ କରିଥିଲେ। ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ଚୋରୀ ହୋଇଥିବା ମା’ କାଳୀଙ୍କ ଏହି ମୁକୁଟକୁ ଗତ ମାର୍ଚ୍ଚ ୨୦୨୧ରେ ମନ୍ଦିର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଦେଇଥିଲେ ।
ଗତକାଲି ମନ୍ଦିରରୁ ଏହା ଚୋରୀ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ମନ୍ଦିର ପୁରୋହିତ ପୂଜା କାର୍ଯ୍ୟ ସାରି ଚାଲିଯିବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟ କରିଥିଲେ । ଏହାପରେ ମା’ଙ୍କ ମୁକୁଟ ମିଳିନଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ତେବେ ଚୋରି ହୋଇଥିବା ମୁକୁଟ ରୂପା ଏବଂ ସୁନା ଧାତୁରେ ନିର୍ମିତ ଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଗତ ୨୦୨୧ ମସିହା ୨୭ମାର୍ଚ୍ଚରେ ଯେତେବେଳେ ବାଂଲାଦେଶ ଗସ୍ତ କରିଥିଲେ ସେତେବେଳେ ଏହି ମନ୍ଦିର ପରିଦର୍ଶନ କରିଥିଲେ। ସେଦିନ ସେ ପ୍ରତିକାତ୍ମକ ସଙ୍କେତ ଭାବରେ ଦେବୀଙ୍କ ମସ୍ତକରେ ଏହି ମୁକୁଟ ପିନ୍ଧେଇଥିଲେ । ଯାହାର ଏକ ଭିଡିଓ ମୋଦୀ ସୋସିଆଲ ମିଡିଆରେ ସେୟାର କରିଥିଲେ । କୋଭିଡ-୧୯ ପରେ ଏହା ଥିଲା ମୋଦୀଙ୍କ ପ୍ରଥମ ଗସ୍ତ ।