Thu. Oct 23rd, 2025

ନ୍ୟୁଜ ଡେକ୍ସ: ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓ ଗୁଳିବିନିମୟ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୨୨ ମାଓବାଦୀ । ଏହାସହ ଜଣେ ଯବାନ ସହିଦ୍ ହୋଇଛନ୍ତି । ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଅଣ୍ଡ୍ରି ଜଙ୍ଗଲରେ ହୋଇଥିଲା ଗୁଳିବିନିମୟ ।

ଏ ନେଇ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ । ଏବେ ବି ସେଠାରେ ଗୁଳିବିନିମୟ ଜାରି ରହିଛି । ଅନ୍ୟପଟେ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି । ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଏସଟିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ଅପରେସନ ଚାଲିଥିବା ବେଳେ ଆଇଇଡି ବ୍ଲାଷ୍ଟ୍‌ ହୋଇଥିଲା । ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *