Sat. Feb 21st, 2026

ନ୍ୟୁଜ ଡେକ୍ସ : ବଲିଉଡ୍‌ର ପାୱର କପଲ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଛାଡ଼ପତ୍ର ଓ ଦୂରତାର ଗୁଜବକୁ ଏବେ ନିଜେ ଐଶ୍ୱର୍ଯ୍ୟା ଏକ ସୁନ୍ଦର ଓ ସ୍ନେହଭରା ଉତ୍ତର ଦେଇଛନ୍ତି। ଅଭିଷେକ ବଚ୍ଚନଙ୍କ ୫୦ତମ ଜନ୍ମଦିନ ଅବସରରେ ସେ ସୋସିଆଲ ମିଡିଆରେ ଯେପରି ଭାବେ ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ତାହା ପ୍ରଶଂସକମାନଙ୍କ ମନକୁ ଛୁଇଁଯାଇଛି।

ଗୁରୁବାର ଫେବୃଆରୀ ୫ ତାରିଖରେ ଅଭିଷେକ ବଚ୍ଚନ ତାଙ୍କ ୫୦ତମ ଜନ୍ମଦିନ ପାଳନ କରିଥିବା ବେଳେ, ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜୁନିଅର ବଚ୍ଚନଙ୍କ ପିଲାବେଳର ଏକ ଦୁର୍ଲଭ ବ୍ଲାକ୍ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଥିଲେ। ଏହି ଫଟୋରେ କେବଳ ଅଭିଷେକଙ୍କ ଆଖି ଦେଖାଯାଉଥିବା ବେଳେ, ତାହାରେ ଥିବା ନିର୍ଦ୍ଦୋଷତା ଓ ମାୟା ଦର୍ଶକଙ୍କୁ ମନମୋହିତ କରିଛି। ଅନେକ ପ୍ରଶଂସକ ଏହି ଆଖିରେ ଅମିତାଭ ବଚ୍ଚନଙ୍କ ଛବି ଦେଖିଥିବା କଥା ମଧ୍ୟ କହିଛନ୍ତି।ଏହି ପୋଷ୍ଟର କ୍ୟାପସନରେ ଐଶ୍ୱର୍ଯ୍ୟା ତାଙ୍କ ସ୍ୱାମୀଙ୍କୁ ସ୍ନେହରେ ‘ବେବି ପାପା’ ବୋଲି ଡାକିଥିଲେ ଏବଂ ତାଙ୍କ ଜୀବନର ପ୍ରେମ ପାଇଁ ବହୁତ ପ୍ରେମ, ଆଶୀର୍ବାଦ, ଶାନ୍ତି, ଖୁସି ଓ ସନ୍ତୋଷର କାମନା କରିଥିଲେ।

କ୍ୟାପସନର ଶେଷରେ ସେ ଲେଖିଥିଲେ “ସର୍ବଦା ସୁନାରେ ରୁହନ୍ତୁ… ପ୍ରେମ ଚମକୁ।” ଏହି କିଛି ଶବ୍ଦ ମାତ୍ରେ ଅନେକ ଦିନର ଗୁଜବକୁ ମିଛାଇବାକୁ ପର୍ଯ୍ୟାପ୍ତ ହୋଇଛି। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ସମ୍ପର୍କକୁ ନେଇ ପଛଲା କିଛି ସମୟ ଧରି ବିଭିନ୍ନ ପ୍ରକାର ଖବର ଓ କଳ୍ପନାଜଳ୍ପନା ପ୍ରସାରିତ ହେଉଥିଲା। କେହି କହୁଥିଲେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାର ଘର ଛାଡି ମା’–ବାପାଙ୍କ ଘରେ ରହୁଛନ୍ତି, ତ ଆଉ କେହି ଛାଡ଼ପତ୍ରର ଗୁଜବ ମଧ୍ୟ ଛଡ଼ାଇଥିଲେ। କିନ୍ତୁ ବଚ୍ଚନ ପରିବାର ପକ୍ଷରୁ କେବେ ମଧ୍ୟ ଏହାକୁ ନେଇ କୌଣସି ସରକାରୀ ନିଶ୍ଚିତକରଣ ହୋଇନଥିଲା।ଏହି ପରିପ୍ରେକ୍ଷିତରେ, ଐଶ୍ୱର୍ଯ୍ୟାଙ୍କ ଏହି ଭାବୁକ ଓ ସ୍ନେହଭରା ପୋଷ୍ଟ ପ୍ରଶଂସକମାନଙ୍କ ମନରେ ନୂଆ ଆଶା ଜଗାଇଛି। ବହୁତେ କହୁଛନ୍ତି ଯେ, ଏହା ଦେଖାଉଛି ଯେ ବଚ୍ଚନ ପରିବାରର ସମ୍ପର୍କ ପୂର୍ବବତ୍ ମଜବୁତ ଅଛି।ଉଲ୍ଲେଖଯୋଗ୍ୟ ଯେ, ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଦୀର୍ଘ ସମୟର ମିତ୍ରତା ଓ ପ୍ରେମ ସମ୍ପର୍କ ପରେ ବିବାହ କରିଥିଲେ।

ଏହା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ଜୀବନରେ ସଲମାନ ଖାନ ଓ ବିବେକ ଓବେରୟଙ୍କ ସହ ସମ୍ପର୍କ ଥିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଐଶ୍ୱର୍ଯ୍ୟା ଓ ଅଭିଷେକ ଏକ ସୁନ୍ଦର ପରିବାରର ଅଂଶ, ଯେଉଁଥିରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର। ଐଶ୍ୱର୍ଯ୍ୟାଙ୍କ ଏହି ଜନ୍ମଦିନର ପୋଷ୍ଟ କେବଳ ଅଭିଷେକ ପାଇଁ ନୁହେଁ, ବରଂ ସେମାନଙ୍କ ସମ୍ପର୍କକୁ ନେଇ ଥିବା ସମସ୍ତ ଅସନ୍ଦେହ ଓ ଗୁଜବ ପାଇଁ ଏକ ସୁନ୍ଦର ଓ ଶକ୍ତିଶାଳୀ ଉତ୍ତର ହୋଇଯାଇଛି।

Leave a Reply

Your email address will not be published. Required fields are marked *