Mon. Feb 23rd, 2026

ନ୍ୟୁଜ ଡେକ୍ସ : ସାଧାରଣ ସକାଳର ଯାତ୍ରା କେବେ ଭୟଙ୍କର ରୂପ ନିଅଇପାରେ, ଏଥିରେ ଜଣେ ଭାରତୀୟ ଟେକ୍ନିସିଆନ୍‌ ଅର୍ଣ୍ଣବ ଗୁପ୍ତାଙ୍କ ଅନୁଭବ ହୋଇଗଲା ସ୍ପଷ୍ଟ ପ୍ରମାଣ। କାରଣ? ଗୁଗୁଲ୍‌ ଅଟୋ ଟ୍ରାନ୍ସଲେସନ୍‌ର ଏକ ‘ଭୟଙ୍କର ଭୁଲ’!ଅର୍ଣ୍ଣବ ଗୁପ୍ତା ଏକ୍ସ (Twitter) ରେ ନିଜର ଅନୁଭବ ସେୟାର କରି ଲେଖିଛନ୍ତି ସକାଳେ ଉବର କ୍ୟାବ୍‌ ବୁକ୍‌ କରି ସେ ଡ୍ରାଇଭରଙ୍କୁ କହିଥିଲେ, “ଦୁଇ ମିନିଟ୍‌ ଅପେକ୍ଷା କରନ୍ତୁ।”

ସେହି ପରେ ଡ୍ରାଇଭରଙ୍କ ଆସିଥିବା ମେସେଜ୍‌କୁ ଦେଖି ସେ ସ୍ତବ୍ଧ! ଅର୍ଣ୍ଣବଙ୍କ ପୋଷ୍ଟ ଅନୁଯାୟୀ, ସେ ଏକ କ୍ୟାବ୍ ବୁକ୍ କରିଥିଲେ ଏବଂ ତାଙ୍କ ଘରୁ ବାହାରକୁ ପାଦ ଦେବା ସମୟରେ ଡ୍ରାଇଭରଙ୍କୁ କିଛି ମିନିଟ୍ ଅପେକ୍ଷା କରିବାକୁ କହିଥିଲେ। ହେଲେ ଡ୍ରାଇଭରଙ୍କ ଉତ୍ତର ତାଙ୍କୁ ସ୍ତବ୍ଧ କରିଦେଇଥିଲା । ଅର୍ଣ୍ଣବ ଲେଖିଛନ୍ତି, ‘ମୁଁ ମୋ ଘରୁ ବାହାରି ଯାଉଥିଲି ଏବଂ ଉବର ଡ୍ରାଇଭରଙ୍କୁ ଦୁଇ ମିନିଟ୍ ଅପେକ୍ଷା କରିବାକୁ ବାଧ୍ୟ କରିଥିଲି। ତା’ପରେ ହଠାତ୍ ମୁଁ ଉବର ରୁ ଏକ ସୂଚନା ପାଇଲି: ‘ମୁଁ ହତ୍ୟା ଧମକର ସମ୍ମୁଖୀନ ହେଉଛି।’ ଅର୍ଣ୍ଣବ ଗୁପ୍ତା କହିଛନ୍ତି ଯେ ସେ ବାର୍ତ୍ତାଟି ଶୁଣି ଥରି ଉଠିଥିଲେ। ତଥାପି ସେ ସଂପୂର୍ଣ୍ଣ ଭାବେ ମେସେଜର ଅର୍ଥ ବୁଝିପାରିନଥିଲେ । ସେ ଭାବିଲେ, ‘ ଏହା ଦିଲ୍ଲୀ। କିଛି ହୋଇପାରେ।

ଡ୍ରାଇଭର କ’ଣ ମୋତେ ଅପେକ୍ଷା କରିବାକୁ ଧମକ ଦେଇ ଭୁଲ ଲେଖିଥିଲେ?’ ନା ରାସ୍ତା ଅବରୋଧ କରି ତାଙ୍କୁ କେହି ଧମକ ଦେଉଥିଲେ? ତାଙ୍କ ମନରେ ସମସ୍ତ ପ୍ରକାରର ପ୍ରଶ୍ନ ଉଠୁଥିଲା।ଏପରି ଭାବିବେ ସମୟରେ, ହଠାତ୍ କାହିଁକି କେଜାଣି ତାଙ୍କ ମନକୁ ଆସିଲା, ଯେ ଏହା ଗୁଗୁଲ୍ ଅନୁବାଦ ଦ୍ୱାରା ଅନୁବାଦିତ ଏକ ବାର୍ତ୍ତା ନୁହେଁ ତ… ଆଉ ତା ପରେ ଅର୍ଣ୍ଣବ ‘View Original Message’ ଉପରେ କ୍ଲିକ୍ କରିବା ମାତ୍ରେ ତାଙ୍କର ସମସ୍ତ ଚିନ୍ତା ମୁହୂର୍ତ୍ତକରେ ଦୂର ହୋଇଥିଲା । ଆଉ ଘଟଣା ସଂମୂର୍ଣ୍ଣ ଭାବେ ହାସ୍ୟକର ମୂହୁର୍ତ୍ତରେ ପରିଣତ ହୋଇଥିଲା । ଡ୍ରାଇଭର ପ୍ରକୃତରେ ହିନ୍ଦୀରେ ଲେଖିଥିଲେ, ‘ମୁଁ ମଦର ଡେରୀ ସାମ୍ନାରେ ଅଛି।’ ଯାହାକୁ ଗୁଗୁଲ ଅଟୋ ଟ୍ରାନ୍ସଲେସନ, ମଦର ଡେରୀକୁ ମର୍ଡର ଭାବେ ଦର୍ଶାଇଥିଲା ।

ହଁ, ଡ୍ରାଇଭର କେବଳ ଏହା ଦର୍ଶାଇବାକୁ ଚେଷ୍ଟା କରୁଥିଲେ ଯେ ସେ ମଦର ଡେରୀ ସାମ୍ନାରେ ଠିଆ ହୋଇଛନ୍ତି, କିନ୍ତୁ ଗୁଗୁଲ୍ ଟ୍ରାନ୍ସଲେଟ୍ ‘ମଦର ଡେରୀ ସାମ୍ନାରେ’ କୁ ଏକ ବିପଦପୂର୍ଣ୍ଣ ଉପାୟରେ ଅନୁବାଦ କରିଥିଲା, ଯାହା ଫଳରେ ‘ହତ୍ୟା ଧମକ’ ଆସିଥିଲା। ଯାହାପରେ ଅର୍ଣ୍ଣବ ଆଶ୍ୱସ୍ତିର ନିଶ୍ୱାସ ନେଲେ ଏବଂ ଲେଖିଲେ, ‘ମୁଁ ବହୁତ ଦିନ ମଧ୍ୟରେ ସବୁଠାରୁ ବଡ଼ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲି।’

ଏହି ମଜାଦାର ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ହସୁଛନ୍ତି ଏବଂ ସେମାନଙ୍କର ପ୍ରତିକ୍ରିୟା ସେୟାର କରୁଛନ୍ତି। ଜଣେ ବ୍ୟବହାରକାରୀ କଟାକ୍ଷ କରି କହିଛନ୍ତି, ‘ମୁଁ ଏକ ୫ ମିନିଟର ଥ୍ରୀଲର୍ ପଢିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ଏହା ଆରମ୍ଭ ହେବା ମାତ୍ରେ ଶେଷ ହୋଇଗଲା।’ ଆଉ ଜଣେ ଲେଖିଛନ୍ତି, ‘କି ମହାନ କାହାଣୀର ମୋଡ଼, ମୁଁ ଏହା ଆଶା କରି ନଥିଲି।’

Leave a Reply

Your email address will not be published. Required fields are marked *