Sun. Feb 22nd, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଏଫଏମ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଗିରଫ। ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ। ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର। ପୂର୍ବରୁ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ।

ବର୍ତ୍ତମାନ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଭୟେ ଗିରଫ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଇଣ୍ଟିଗ୍ରେଟେଡ ବି.ଏଡ୍ ବିଭାଗର ଏଚଓଡିଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଇ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏବେ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂଙ୍କଟାପନ୍ନ ରହିଛି ।

ଏହି ଘଟଣାରେ ଏଫ୍ଏମ୍ କଲେଜ ଅଧ୍ୟକ୍ଷ ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ଏଥିସହ ପୁଲିସ ଏଚଓଡି ସମୀର ସାହୁଙ୍କୁ ଗିରଫ କରିଥିଲା। ଏହ ଘଟଣାର ଉଚ୍ଚଶିକ୍ଷା ବିଭାଗର ଏକ ଟିମ ତଦନ୍ତ କରିବା ସହ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *