ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ତିବ୍ର ସନ୍ତୋଷ ଓ ଆଶଙ୍କା ସୃଷ୍ଟି କରିଛି। ଗୋଏଲପିଟା ଗାଁ ନିକଟର କୁମୁନସି ଜଙ୍ଗଲ ମଧ୍ୟରୁ ମିଳିଥିଲା ଉକ୍ତ ମହିଳାଙ୍କ ମୃତଦେହ। ଏହାକୁ ବୁଧବାର ଦୁଇ ଜଣ ଛେଳି ଚରାଳି ପ୍ରଥମେ ଦେଖିଥିଲେ ଓ ସେମାନେ ତୁରନ୍ତ ଗାଁବାସୀଙ୍କୁ ଖବର ଦେଇଥିଲେ।
ସୂଚନା ପାଇ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପରେ ମୃତକଙ୍କ ପରିଚୟ ମିଳିଛି ସେ ପାଟଣାଗଡ଼ ଅଞ୍ଚଳର ଥିବା ଜଣେ ମହିଳା। ପରିବାର ପକ୍ଷରୁ ଜଣାପଡ଼ିଛି ଯେ, ସେ ଗତ ଅକ୍ଟୋବର ୨୦ ତାରିଖରୁ ନିଖୋଜ ଥିଲେ ଏବଂ ମାନସିକ ଭାବେ ବିକୃତ ଥିଲେ।ପୋଲିସ ମୃତଦେହକୁ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇଛି।
ପ୍ରାଥମିକ ତଦନ୍ତରେ ଏହା ସନ୍ଦେହ ହେଉଛି ଯେ, ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବ।ପୋଲିସ ସୂତ୍ରମାନେ କହିଛନ୍ତି ଯେ, “ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ। ଏହି ଘଟଣାକୁ ଗୁରୁତ୍ୱ ସହ ତଦନ୍ତ କରାଯାଉଛି।” ଅଞ୍ଚଳରେ ଏହି ଅଭିଭତ୍ସ ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଗାଁବାସୀମାନେ ଶୀଘ୍ର ଦୋଷୀଙ୍କ ଗିରଫ ଓ କଠୋର ଶାସ୍ତି ଦାବି କରିଛନ୍ତି।

