ନ୍ୟୁଜ ଡେକ୍ସ: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାର ଅବୁଝମାଡ ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୧୦ଟି ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ଏହା ପରେ ଅବୁଝମାଡ ଜଙ୍ଗଲରେ ମାଓ ଦମନ ଲାଗି ଲଗାତାର ଭାବେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଜାରି ରହିଛି ।
ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଜଙ୍ଗଲ ଭିତରେ ଅନେକ ଲେଣ୍ଡମାଇନ ଲଗାଇଥିଲେ । ତେବେ ନିକଟରେ ସୁନ୍ଦରଗଡ଼ର ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ୪ ଟନ୍ ଓଜର ବିସ୍ଫୋରକ ଲୁଟି ନେବା ପରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ପୋଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି ।
ଅପରେସନ ବେଳେ ସ୍ଵତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଏସବୁକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ମାଓ ବିରୋଧୀ ଅପରେସନରେ ଯାଇଥିବା ବେଳେ ୨ଟି ଲ୍ୟାଣ୍ଡମାଇନ ଠାବ କରିଥିଲେ । ଏହାକୁ ମଧ୍ୟ ଡିଫ୍ୟୁଜ କରାଯାଇଛି । ଘଟଣା ପରେ ସୁରକ୍ଷକର୍ମୀ ପକ୍ଷରୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।
