ନ୍ୟୁଜ ଡେକ୍ସ: ଖନ୍ତାପଡ଼ା ଥାନା ବେଗୁନିଆ ନିକଟରେ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। କଲକାତାରୁ ବେଙ୍ଗାଲୁରୁ କଣ୍ଟେନରରେ ମାଂସ ଚାଲାଣ ହେଉଥିବାବେଳେ ପୁଲିସ ଜବତ କରିଛି। ବେଗୁନିଆ ନିକଟରେ କଣ୍ଟେନରକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ କଣ୍ଟେନରରେ ମାଂସ ବୋଝେଇ ହୋଇ କଲକାତାରୁ ବେଙ୍ଗାଲୁରୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା।
ବେଗୁନିଆ ନିକଟରେ କଣ୍ଟେନରକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କଣ୍ଟେନରରେ ମାଂସ ବୋଝେଇ ହୋଇ କଲକାତାରୁ ବେଙ୍ଗାଲୁରୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା। କଣ୍ଟେନର ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି।ଆଜି ମାଜିଷ୍ଟେ ଓ ପଶୁଚିକିତ୍ସକ ଉପସ୍ଥିତିରେ ଏହି କଣ୍ଟେନରକୁ ଖୋଲାଯାଇ ଭିତରେ ଥିବା ସାମଗ୍ରୀକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ସବୁଠୁ ଆଶ୍ଚଯ୍ୟର ବିଷୟ, ଯାଉଥିବା କଣ୍ଟେନର ବିଲରେ ମଟନ ବୋନଲେସ ଲେଖାଥିବା ବେଳେ ଏଥିରେ ୭୮୫୪ କେଜି ରହିଛି। ଏହାର ମୂଲ୍ୟ ୨୭ଲକ୍ଷ ଟଙ୍କାର ସାମଗ୍ରୀ ଥିବାର ବିଲରେ ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ସାକ୍ଷୀ ଗୋପାଳ ସ୍ଥିତ ଜୟା ହୋଟେଲରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଜୟା ହୋଟେଲକୁ ସିଲ କରାଯାଇଥିଲା।
