Thu. Oct 23rd, 2025

ନ୍ୟୁଜ ଡେକ୍ସ : ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍ ନମ୍ବର ଜାରି ହୋଇଛି । ଏହି ନମ୍ବରରେ ଫୋନ୍ କରି ଯେ କେହି ବି ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ନାଁ ଓ ଠିକଣା ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ପ୍ରତିଶ୍ରୁତି ଦେଇଛି ।

ସେହିପରି କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍‌ ପାଇଁ ପଦକ୍ଷେପ ନିଆଯାଇଛି।ଏଥିପାଇଁ ଫୋନ୍‌ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ। ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ମାଗନ୍ତି ସିଧାସଳଖ ପୋଲିକୁ ଜଣାନ୍ତୁ। ପୋଲିସ୍‌କୁ ଫୋନ କରିବା ପାଇଁ ଜନସାଧାରଣଙ୍କୁ ଡିସିପି ଅପିଲ୍‌ କରିଛନ୍ତି। ମୋବାଇଲ୍‌ ନଂ ୭୩୨୮୦୭୭୩୨୪ , ୮୪୮୦୫୧୩୦୦୭ ଫୋନ୍‌ କରନ୍ତୁ। ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି।

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *