Thu. Oct 23rd, 2025

ନ୍ୟୁଜ ଡେକ୍ସ : ସାଙ୍ଗଙ୍କ ସହ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ଗାଧୋଉଥିବା ବେଳେ ଅଘଟଣ । ଦୁଇ ସାଙ୍ଗଙ୍କ ସାମ୍ନାରେ ଭାସିଗଲେ ଯୁବକ । କେନ୍ଦୁଝର ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ସୀମାନ୍ତ ନଗୀରା ଗର୍ଜନଖୋଲ ଜଳପ୍ରପାତରେ ଭାସିଯାଇ ଯୁବକ ନିଖୋଜ ହୋଇଛନ୍ତି । ବାଂଶପାଳ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ ଜଣ ଓ ଗୋପପୁର ଗାଁର ଜଣେ ଯୁବକ ଏକାଠି ନଗୀରା ଗର୍ଜନଖୋଲ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ଗାଧାଉଥିବା ବେଳେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ଭାଶିଯାଇ ନିଖୋଜ ହୋଇଥିଲେ । ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ ଗ୍ରାମର ବାସିନ୍ଦା ଲିପୁନ ବେହେରା ବୋଲି ଚିହ୍ନଟ କରାଯାଇଛି। ସେ ଦୁଇ ବନ୍ଧୁଙ୍କ ସହିତ ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିଲା ବେଳେ ରିଲ୍ସ ବନାଉଥିଲେ।ଗତ କିଛି ଦିନ ଧରି ବର୍ଷା ଲାଗିରହିଥିବାରୁ ପାଣିର ପ୍ରବାହ ତୀବ୍ର ଥିଲା।

ଫଳରେ ସେ ଜଳପ୍ରପାତର ଉପର ଭାଗରେ ଗାଧୋଉଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ ଓ ତଳଭାଗରେ ଥିବା ଏକ ଗଭୀର ପୁଷ୍କରିଣୀରେ ପଡ଼ିଯାଇ ନିଖୋଜ ହୋଇଯାଇଥିଲେ। ଏସବୁ ମଧ୍ୟରେ ତାଙ୍କ ଫୋନ ହଜିଯାଇଥିବା ନେଇ ସାଙ୍ଗ ମାନେ ଜଣାଇଥିଲେ।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଲିପୁନଙ୍କୁ ଖୋଜାଖୋଜି କରି ନପାଇବାରୁ ସ୍ଥାନୀୟ ଲୋକ ପାଲଲହରା ଏବଂ ବଂସପାଳ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଯୋଗାଯୋଗ କରି ସନ୍ଧାନ କରିବା ଆରମ୍ଭ କରିଥିଲେ କିନ୍ତୁ କୌଣସି ଖୋଜ ଖବର ନ ମିଳିବାରୁ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନର୍ବାର ସନ୍ଧାନ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *