Mon. Dec 23rd, 2024

ନ୍ୟୁଜ ଡେକ୍ସ: ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ଲାଗିଲା ନିଆଁ। ପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ମୁତାବକ, ଆମ୍ବୁଲାନ୍ସ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାରକୁ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଉଥିଲା। ଏହି ସମୟରେ ଦାଦା ୱାଡି ଅଞ୍ଚଳର ଜାତୀୟ ରାଜପଥରେ ଥିବା ଫ୍ଲାଏ ଓଭରରେ ହଠାତ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିଥିଲେ ଆମ୍ବୁଲାନ୍ସ ଚାଳକ।

ଏହା ଦେଖି ସେ ତୁରନ୍ତ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାରକୁ ଆମ୍ବୁଲାନ୍ସରୁ ଓହ୍ଲାଇବାକୁ କହି ନିଜେ ବାହରକୁ ବାହାରିଯାଇଥିଲେ। ସମସ୍ତେ କିଛି ଦୂର ଦୌଡ଼ି ପଳାଇବା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଥିଲା। ହୁତୁହୁତୁ ହୋଇ ଆମ୍ବୁଲାନ୍ସ ଜଳିବାରୁ ଭିତ‌ରେ ଥିବା ଅମ୍ଳଜାନ ସିଲିଣ୍ଡରଟି ଫାଟି ଯାଇଥିଲା, ଯାହାଦ୍ବାରା ଆମ୍ବୁଲାନ୍ସଟି ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଯାଇଥିଲା, ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *