Sat. Feb 21st, 2026

ନ୍ୟୁଜ ଡେକ୍ସ: ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଦୁଇ ବିଧାୟକଙ୍କୁ ହାଇକୋର୍ଟ ଝଟ୍କା । ଜଳେଶ୍ୱର ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମାମଲା ଚାଲିବ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଅଶ୍ୱିନୀଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।

ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ପରାଜିତ ପ୍ରାର୍ଥୀ ବ୍ରଜ ପ୍ରଧାନ । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ଉଭୟେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ । ହେଲେ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ ।

ସେହିପରି ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ମାମଲା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ।ତେବେ ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲା ଖାରଜ ପାଇଁ ବିଧାୟିକା ମନୋରମା ମହାନ୍ତି ଓ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *