Mon. Dec 23rd, 2024

ନ୍ୟୁଜ ଡେକ୍ସ: ଶୀତ ନଥିଲା । ହଠାତ୍ ଖସିଲା ପାରଦ । ପୂର୍ବ ରାତି ତୁଳନାରେ କେଉଁଠି ୧ ଡିଗ୍ରୀ, ୨ ଡିଗ୍ରୀ, ଆଉ କେଉଁଠି ୩ ଡିଗ୍ରୀ କମିଲା । ଆଭ୍ୟନ୍ତରୀଣ, ଉତ୍ତରରୁ ନେଇ ଉପକୂଳ ଯାଏଁ ସବୁଠି ବହିଲା ଥଣ୍ଡା ପବନ । ସକାଳୁ ଉଠିଲାବେଳକୁ ଘର ଚଟାଣ, କାନ୍ଥ ସବୁ କାଲୁଆ ଲାଗୁଥିଲା । ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି। ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି।

ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୪ ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ । ସେହିପରି ୫ରୁ ୭ ଦିନ ଯାଏଁ ବର୍ଷା ହେବାର ନାହିଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି। ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରହିଥିଲା। ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ବର୍ତ୍ତମାନ ୧୧.୫ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି।ଆସନ୍ତା ୧୬ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଅନୁମାନ କରାଯାଉଛି, ୧୩ ତାରିଖରେ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୦, ବାଲେଶ୍ୱର ୧୨, ବାରିପଦା ୧୧, ଭୁବନେଶ୍ୱର ୧୪, ରାଉରକେଲା ଓ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ୍ ରହିପାରେ । ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ତାପମାତ୍ରା ଆହୁରି ୧ ଡିଗ୍ରୀ କମି ୧୩ ଡିଗ୍ରୀ ସେଲସିୟସ୍ ଓ କଟକ ୧୨ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ଅଛି । କେନ୍ଦୁଝର, ରାଉରକେଲା, ଫୁଲବାଣୀ, ଝାରସୁଗୁଡ଼ା ଓ କୋରାପୁଟରେ ୯ ଡିଗ୍ରୀ ପାଖାପାଖି ରହିପାରେ । ୧୬ ତାରିଖରେ ଭୁବନେଶ୍ୱର ୧୨ ଓ କଟକ ସହରରେ ରାତି ତାପମାତ୍ରା ଖସି ୧୧ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ବହୁ ଜାଗାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ । ଝାରସୁଗୁଡ଼ାରେ ୮ ଡିଗ୍ରୀ, ବାରିପଦା, କୋରାପୁଟ, ଫୁଲବାଣୀ ଓ କେନ୍ଦୁଝରରେ ୯ ଡିଗ୍ରୀ ରହିପାରେ ।

Leave a Reply

Your email address will not be published. Required fields are marked *