Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଗାଡ଼ିଚାଳକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଜାନୁଆରି ୧୦, ୨୦୨୬ ଠାରୁ ଓଡ଼ିଶାରେ ଗ୍ରୀନ୍ ରଙ୍ଗର PUCC ବୈଧତା ଷ୍ଟିକର୍‌ ପ୍ରଦାନ କରାଯିବ। ଏନେଇ ସରକାରୀଭାବେ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ।ବର୍ତ୍ତମାନ ପ୍ରଦୂଷଣ ସାର୍ଟିଫିକେଟ (PUCC)କୁ ନେଇ ଗାଡ଼ିଚାଳକମାନେ ଯେଉଁ ଟେନସନରେ ଅଛନ୍ତି, ସେହି ମଧ୍ୟରେ ପରିବହନ ବିଭାଗର ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି।

ବିଭାଗ ସ୍ପଷ୍ଟ କରିଛି ଯେ, କେବଳ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଥିବା ଯାନବାହାନଗୁଡ଼ିକୁ ହିଁ ଏହି ସବୁଜ ଷ୍ଟିକର୍‌ ଦିଆଯିବ।ପୂର୍ବରୁ PUCC ପ୍ରାପ୍ତ କରିଥିବା ଯାନବାହାନ ମାଲିକମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଗ୍ରୀନ୍ ଷ୍ଟିକର୍‌ ସଂଗ୍ରହ କରିପାରିବେ। ଏହାକୁ ସୁଗମ କରିବା ପାଇଁ ରାଜ୍ୟର ସମସ୍ତ RTO କାର୍ଯ୍ୟାଳୟରେ ବିଶେଷ କାଉଣ୍ଟର ଖୋଲାଯିବ ବୋଲି ବିଭାଗ ଜଣାଇଛି।

ଷ୍ଟିକର୍‌ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ସୂଚନା ଏବଂ VAHAN ଡାଟାବେସ୍‌ରେ ଥିବା ତଥ୍ୟକୁ ଯାଞ୍ଚ କରିବେ। ଏହି ପଦକ୍ଷେପ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ଓ ଯାନବାହାନ ନିୟମକୁ ଅଧିକ ସୁଦୃଢ଼ କରାଯିବ ବୋଲି ପରିବହନ ବିଭାଗ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *