Sun. Feb 22nd, 2026

ନ୍ୟୁଜ ଡେକ୍ସ: ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ଏହି ଧାଡ଼ି ଦର୍ଶନର ଉଦ୍ଦେଶ୍ୟ ହେଉଛି ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି।

ଠିକ୍ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି। ଯେଉଁମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କିପରି ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବେ। ତାହା ପୁଣି ଶହେ ଟଙ୍କାରେ। ସେଦିଗରେ ବି ବିଚାରବିମର୍ଶ ଚାଲିଛି।

ସେହିପରି ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ୩ ମାସ ଭିତରେ ରତ୍ନ ଭଣ୍ଡାର ମରାମତି କାମ ସାରିବାକୁ ASI ସମୟ ନେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ କୁହାଯାଇଛି। ଏହି କାମ ସରିବା କ୍ଷଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ମଣତି କରାଯିବ ଓ ରଖାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *