Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏ ଚାଲିବ । ୮୫ଟି ବିଷୟରେ ଏହି ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍ରେ ଏହି ପରୀକ୍ଷା ହେବ । ୨ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୬ ଯାଏଁ ଚାଲିବ ଏହି ପରୀକ୍ଷା ।

ଏନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି । ମୋଟ୍ ୮୫ ଟି ବିଷୟରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ଏହି ପରୀକ୍ଷା ହେବ । ଦିନକୁ ୨ଟି ଲେଖାଏଁ ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www. ugcnet. nta.ac.in ରେ ରହିଛି । ଜାନୁଆରୀ ୩ରେ ପବ୍ଲିକ ଆଡମିନିଷ୍ଟ୍ରେସନ୍, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି ପ୍ରମୁଖ ରହିଛି ।

୬ରେ କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ । ୭ରେ ବାଣିଜ୍ୟ ଓ ଇଂରାଜୀ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍ ୱାର୍କ, ସାନ୍ତାଳୀ, ୯ରେ ଓଡ଼ିଆ, ମ୍ୟାନେଜ୍ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ, ୧୦ରେ ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍ ଷ୍ଟଡିଜ୍ ପରୀକ୍ଷା ଅଛି ।

Leave a Reply

Your email address will not be published. Required fields are marked *