ନ୍ୟୁଜ ଡେସ୍କ: ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ।
ବୈଠକରେ ୨୦୨୩-୨୪ ବର୍ଷ ଧନୁଯାତ୍ରାରେ ହୋଇଥିବା ଆୟବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ କମିଟିର ସଦସ୍ୟମାନେ ଦେଇଥିବା ମତାମତକୁ ଆଗାମୀ ବୈଠକରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସୁରେଶ୍ୱର ଶତପଥୀ, ବିଗତ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ।
ଏହି ବୈଠକରେ ଗତ ବର୍ଷର ଯାତ୍ରାର ଆୟ ଏବଂ ବ୍ୟୟ ଏବଂ ଆସନ୍ତା ବର୍ଷ ପାଇଁ ବଜେଟ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଧନୁ ଯାତ୍ରାରେ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ଅଧିକ ଉନ୍ନତଧରଣର ବ୍ୟବସ୍ଥା କରିବା ପାଇଁ କମିଟି ସଦସ୍ୟମାନେ ପରାମର୍ଶ ଦେଇଥିଲେ।