Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜାଲ୍ ନୋଟ୍ କାରବାର ରାକେଟ୍ ଠାବ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଟିଟିଲାଗଡ଼କୁ ୨ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି । ହାଇ କ୍ବାଲିଟି ଜାଲ ନୋଟ୍ ଛାପୁଥିବା ଖବର ପାଇ ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲେ ।

ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ ଜାରି ରହିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌। ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ ବୋଲି ଜଣାପଡିଛି।

ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି। ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି। ଏନେଇ STF DIG ପିନାକ ମିଶ୍ର ପ୍ରେସ ମିଟ କରି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *