ନ୍ୟୁଜ ଡେକ୍ସ: ପାରାଦୀପ ବନ୍ଦରରେ ଲାଗିଲା ଦୁଇଟି ଜାହାଜ ମହାଆରତୀ ଓସିରିନୀ ୨ ଜାହାଜ। ଏହି ଦୁଇ ଜାହାଜରେ ପାକିସ୍ତାନୀ କ୍ରିୟୁ ସଦସ୍ୟ ରହିଛନ୍ତି । ବର୍ତ୍ତମାନ ଭାରତ- ପାକିସ୍ଥାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାକୁ ନେଇ ପାରାଦୀପରେ ହାଇ ଆଲର୍ଟ ଜାରି କରାଯାଇଛି । ମହା ଆରତୀ ଜାହାଜରେ ଥର୍ମାଲ କୋଲ ରହିଥିବା ବେଳେ ସିରିନୀ ୨ ଜାହାଜରେ ତୈଳ ରହିଛି ।
ଯାହା ସମୁଦ୍ରର ସିଙ୍ଗଲ ବୋରିଂ ପଏଣ୍ଟରୁ ତୈଳ ଖଲାସ କରାଯିବ। ପାରାଦୀପ ବନ୍ଦର ଏସ୍ପିଏମ୍ ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି।
ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍ପିଏମ୍ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡେଲି ଟ୍ରାଫିକ ରିପୋର୍ଟରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଇମିଗ୍ରେସନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ ସାମୁଦ୍ରିକ ଥାନା,କଷ୍ଟମ ବିଭାଗ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି ।
