Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜିରୋ ନାଇଟ୍ ସେଲିବ୍ରେସନ ବେଳେ ମଦୁଆଙ୍କ ଉପରେ କଡ଼ା ନଜର ରଖିବେ ସରକାର। ମଦ୍ୟପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ କରାଯିବ ନାହିଁ ବରଦାସ୍ତ। ଅସ୍ଥାୟୀ ବାର୍ ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ସରକାର। ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚାଲିଛି ଚଢ଼ାଉ। ଅନେକ ଜାଗାରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ।

ତେବେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ ପ୍ରଦାନରେ ସହଯୋଗ ନ କରନ୍ତି, ସମ୍ପୃକ୍ତ ଗାଡ଼ିର ମାଲିକଙ୍କ ଠାରୁ ଗାଡ଼ିଚାଳକର ସମସ୍ତ ବିବରଣୀ ମଗାଯିବ। ଯଦି ସେ ଏହା ପ୍ରଦାନରେ ଖିଲାପ କରନ୍ତି ମୋଟର ଯାନ ଆଇନ ଅନୁଯାୟୀ ଗାଡି ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ରାତି ୧୨ରେ ଜୋରଦାର ଯାଞ୍ଚ ହେବ ।ଇଂରାଜୀ ନୂଆବର୍ଷ ପାଳନ ନାଁରେ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତି ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ।

ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପକ୍ଷରେ ଜାନୁଆରୀ ପହିଲାରୁ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ତେଣୁ ଏଭଳି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍‌ ଜିରୋ ଆୱାରରୁ ଆରମ୍ଭ ହୋଇ ଜାନୁଆରୀ ୭ ଯାଏଁ ଜାରି ରହିବ।

Leave a Reply

Your email address will not be published. Required fields are marked *