ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ଆଜି ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ପ୍ରଶାସନିକ ପରିସ୍ଥିତିକୁ ଶକ୍ତିଶାଳୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ୯ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।ସମ୍ମିଳନୀ ଉଦଘାଟନ କଲାବେଳେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦୁର୍ନୀତି ବିରୋଧରେ ସରକାରର ଫେରିବା ନାହିଁ।
ସେ ପ୍ରକାଶ କରିଛନ୍ତି , “ଦୁର୍ନୀତି ଯୋଗୁଁ ସରକାର ବଦନାମ ହେଲେ ସେଥିକୁ କେବେବି ବରଦାସ୍ତ କରାଯିବନି।” ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସରକାରୀ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସୋସିଆଲ ମିଡ଼ିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ ଏବଂ ଗାଦି ମଡା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କାର୍ଯ୍ଯାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

