ନ୍ୟୁଜ ଡେସ୍କ: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ ଆସନ୍ତାକାଲି ଏସ୍ପିଙ୍କ ସହ ଆଲୋଚନା କରାଯିବ l
ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଦେଉଥିବା ବେଳେ ପୂର୍ବ କଥା ମନେ ପକାଇଛନ୍ତି l ପୂର୍ବରୁ ତାଙ୍କ ପ୍ରତି ପୋଲିସ କର୍ମଚାରୀ କରିଥିବା ଦୁର୍ବ୍ୟବହାର କଥା ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର ଅବତାରଣା କରିବାକୁ ଭୁଲିନଥିଲେ। ସେ କହିଛନ୍ତି, ପୂର୍ବ ସରକାରରେ ଥାନା ଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା।
ବିଧାୟକ ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନାହିଁ କହିଥିଲେ। ଆମ ଥାନାକୁ କାହିଁକି ଆସିଛ କହି ଆଇଆଇସି ଗେଟ୍ ଆଉଟ୍ କହିଥିଲେ।ମୁଁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ମୋତେ ଗେଟଆଉଟ୍ କହିଥିବା ଆଇଆଇସିଙ୍କୁ ମୁଁ କ୍ଷମା ଦେଇଛି। କାରଣ ମୁଁ ଜାଣିଥିଲି ସେ କାହା ଚାପରେ ଆସି ଏଭଳି କହିଥିଲେ।