ନ୍ୟୁଜ ଡେକ୍ସ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ । ୨୯ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ।
ବିଏ ବିଏଡ୍, ବିଏସ୍ସି ବିଏଡ୍, ଏମ୍ଏସ୍ସିଏଡ୍, ବିଏଡ୍ ଏମ୍ଏଡ୍, ଏମ୍ଏ ଏମ୍ଏଡ୍ (ବୈଷୟିକ ଶିକ୍ଷା)ରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ବିବିଧ ସାଂସ୍କୃତିକ ଉପଲବ୍ଧି ସହ ଶୈକ୍ଷିକ ପରିଭ୍ରମଣ, ବୃତ୍ତି, ଭାଷା ସମ୍ବଳ କେନ୍ଦ୍ର, ଇ-ସୁବିଧା ଥିବା ଅତ୍ୟାଧୁନିକ ପାଠାଗାର, ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ଛାତ୍ରାବାସ, ଉଦ୍ଭିଦ ଉଦ୍ୟାନ, ସ୍ମାର୍ଟ ଶ୍ରେଣୀ ଗୃହ ଆଦିର ସୁବିଧା ମିଳିବ।
ଏନ୍ସିଇଆର୍ଟି ଅଧୀନ ଭୁବନେଶ୍ୱର, ଆଜମେର, ଭୋପାଳ, ମୈସୁର, ଶିଲଂ, ନେଲୋର ଓ ନୂଆଦିଲ୍ଲୀ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାର ସୁଯୋଗ ମିଳିବ।
