Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ IMD ର ସତର୍କ। ସାରା ରାଜ୍ୟ ପାଇଁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ବଜ୍ରପାତର ସମ୍ଭାବନା ରହିଛି। ଏନେଇ ସତର୍କ ରହିବା ପାଇଁ ସମସ୍ତ ଅଞ୍ଚଳକୁ ସତର୍କତା ଜାରି ହୋଇଛି। କେବଳ ଓଡ଼ିଶା ନୁହେଁ ଆଖପାଖ ରାଜ୍ୟ ପାଇଁ ମଧ୍ୟ ବିଜୁଳି ଘଡଘଡିର ଚେତାବନୀ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୨୪ ଜୁଲାଇ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଆଇଏମଡି ୨୨ ଜୁଲାଇ ସକାଳ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷାର ହଳଦିଆ ସତର୍କତା ଜାରି କରିଛି। ପବନର ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ।

ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ।ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ଝଟକା ପବନର ବେଗ 30-40 କିଲୋମିଟର ରହିବ ।

Leave a Reply

Your email address will not be published. Required fields are marked *