ନ୍ୟୁଜ ଡେକ୍ସ : ଦଶହରା ପୂଜା ମହୋତ୍ସବ ମଧ୍ୟରେ କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଫେରାର ହୋଇଥିବା ସୂଚନା ମିଳିଛି। ବାଉଁଶର ସାହାଯ୍ୟରେ ସେଲ୍ କାଟି ଦୁଇଜଣ କଏଦୀ ଚମ୍ପଟ୍ ମାରିଥିବା ଜଣାପଡିଛି।
ଏହି ଦୁଇ କଏଦୀ, ସେମାନେ ଜାନୁଆରୀ ମାସରେ ପାଣିକୋଇଲିରେ ହୋଇଥିବା ପଣ୍ଡା ଅଳଙ୍କାର ଲୁଟ୍ ଘଟଣାରେ ଧରାପଡିଥିଲେ, ସୁନା ଚୋରି ଓ ହତ୍ୟା ମାମଲାରେ ଜଡିତ ଥିଲେ। ଲୁଟ୍ ବେଳେ ସେମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ କରିଥିଲେ। ଗୁଳିମାଡରେ ଜଣେ ନିର୍ଦୋଷଙ୍କ ଜୀବନହାନି ହୋଇଥିଲା।
ସେତେବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଘଟଣାସ୍ଥଳରେ ଧରି ପୋଲିସଙ୍କ ଜିମା ଦେଇଥିଲେ।ଫେରାର କଏଦୀଙ୍କ ଚିହ୍ନଟ ୨ଜଣ ବିହାରୀ ଡକାୟତ ଭାବରେ ହୋଇଛି। ଘଟଣା ପରେ କଟକ ଜୋନ-୧ ଏସିପି ଓ ଚୌଦ୍ୱାର ଥାନା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। କଏଦୀଙ୍କୁ ଶୀଘ୍ର ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଛି।
