Mon. Feb 23rd, 2026

ନ୍ୟୁଜ ଡେକ୍ସ : ଜି-20 ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ଭେଟି ଦୁଇ ଦେଶର ଦ୍ୱିପାକୀୟ ସମ୍ପର୍କ, ବ୍ୟାପାର ବୃଦ୍ଧି, ରକ୍ଷା-ସହଯୋଗ ସହିତ ଆନ୍ତର୍ଜାତୀୟ ବିଷୟ ପ୍ରସଙ୍ଗରେ ଆଲୋଚନା କଲେ।

ଭାରତୀୟ ପ୍ରତିନିଧିମଣ୍ଡଳର ଅଂଶ ଭାବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ମଧ୍ୟ ଭେଟିଲେ। ତ୍ରିପକ୍ଷୀୟ ଆଇବିଏସଏ (IBSA) ଗୋଷ୍ଠୀର ସହଯୋଗକୁ ଆଗେଇ ନେବା, ବିଶ୍ୱ ଶାସନ ବ୍ୟବସ୍ଥାରେ ସୁଧାର, ଏବଂ ବିକାଶଶୀଳ ଦେଶମାନଙ୍କ ସ୍ୱରକୁ ସୁଦୃଢ଼ କରିବା ଉପରେ ତିନିଜଣ ନେତା ଗଭୀର ଚର୍ଚ୍ଚା କରିଥିଲେ।

ସଭା ପରେ ଜଣାପଡ଼ିଛି ଯେ, ଆଇବିଏସଏ ମଞ୍ଚ ମାଧ୍ୟମରେ ତିନି ଦେଶ ମିଶିତି ଦକ୍ଷିଣ-ଦକ୍ଷିଣ ସହଯୋଗ (South-South Cooperation)କୁ ଅଧିକ ସୁଦୃଢ଼ କରିବା, ଉନ୍ନତି ଲକ୍ଷ୍ୟଗୁଡ଼ିକରେ ସମିଲିତ ଉଦ୍ୟମ ବଢ଼େଇବା ଏବଂ ଗ୍ଲୋବାଲ୍ ପୋଲିସି ଫ୍ରେମ୍‌ୱର୍କରେ ବିକାଶଶୀଳ ଦେଶମାନଙ୍କ ଭୂମିକା ବଢ଼ାଇବା ପ୍ରାୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକମାନେ ଭାରତର ଅନ୍ତର୍ଜାତୀୟ କୂଟନୀତିକୁ ଆହୁରି ମଜବୁତ କରିବ ଏବଂ ଆଗାମୀ ଦିନରେ ବିଶ୍ୱସ୍ତରରେ ସହଯୋଗ ନୂଆ ଦିଗ ପାଇବ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *