Fri. Oct 24th, 2025

ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ । ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ ହୋଇ ନିର୍ମାଣ କରାଯିବ ଏଲିଭେଟେଡ କରିଡ଼ର । ଏହାକୁ ଡବଲ ଡେକର କରିଡ଼ର କରିବା ପାଇଁ ଯୋଜନା ରଖାଯାଇଛି । ପ୍ରଥମ ଫ୍ଲୋର ରାସ୍ତାରେ ୪ ଲେନ୍ ରାସ୍ତା ରହିବ, ତା ଉପର ବା ଦ୍ଵିତୀୟ ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ଟ୍ରାକ୍ ରହିବ ।

ତଳେ ୬ ଲେନ୍ ରାସ୍ତା, ଏଲିଭେଟେଡ ରାସ୍ତାରେ ୪ ଲେନ୍ ରାସ୍ତାକୁ ମିଶାଇ ୧୦ ଲେନ୍ ରାସ୍ତା ନିର୍ମାଣ କରାଯିବ । ଏହାଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଆଉ ରହିବ ନାହିଁ ।ଏହାସହ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ଼ ପାଇଁ ମଧ୍ୟ ଟେଣ୍ଡର ହୋଇଯାଇଛି । ଏହାର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

Leave a Reply

Your email address will not be published. Required fields are marked *