ନ୍ୟୁଜ ଡେକ୍ସ: ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନ୍ ବିଜୟୀ ହୋଇଛନ୍ତି । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ପ୍ରାର୍ଥୀ ଗଶେଶ ମହାଲିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁସାରେ, ସୋରେନ୍ ୧,୧୯,୩୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମହାଲି ୯୮,୯୩୨ ଭୋଟ ପାଇଛନ୍ତି ।
ନିର୍ବାଚନରେ ୫୬ଟି ଆସନରେ ଅଗ୍ରଣୀ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡିଆରେ ତାଙ୍କ ଦୁଇ ପୁଅଙ୍କ ସହ ଖୁସି ଶେୟାର କରିଥିବା ନଜର ଆସିଛନ୍ତି। ସେମାନଙ୍କୁ ନିଜର ଶକ୍ତି ବୋଲି ଉଲ୍ଲେଖ କରିଛନ୍ତି। ଉକ୍ତ ଫଟୋରେ ସେ ନିଜ ପୁଅକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଯେଉଁ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ଼ ସଫଳତା ମିଳିଛି। ବାରହାଇତ ବିଧାନସଭା ଆସନରୁ ୩୯୭୯୧ ଖଣ୍ଡ ଭୋଟରେ ବାଜିମାତ୍ କରିଛନ୍ତି । ହେମନ୍ତଙ୍କୁ ୯୫୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗାମଲିୟେଲ ହେମ୍ବ୍ରମଙ୍କୁ ୫୫୮୨୧ ଖଣ୍ଡ ଭୋଟ୍ ମିଳିଛି ।