ନ୍ୟୁଜ ଡେକ୍ସ: ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଝାଡ଼ଖଣ୍ଡରେ ହେବାକୁ ନିର୍ବାଚନ ଲାଗି ପ୍ରଚାର କରିବେ। ଦଳୀୟ ପ୍ରଚାରର ମଙ୍ଗ ଧରିବା ସହ ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମାରାଥନ୍ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହିତ ରୋଡ ଶୋ’ କରିବେ ।
ତେବେ ଆଜି ଝାଡଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରୁଥିବା ବେଳେ ଶେଷ ଦିନରେ ଝାଡଖର୍ଡରେ ରଣହୁଙ୍କାର ଭରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଝାଡଖଣ୍ଠରେ ଓଡିଆ ଭୋଟରଙ୍କ ଦବଦବା ରହିଥିବା ବେଳେ ଓଡିଆ ମାଟିର ନବ ମୁଖ୍ୟମନ୍ତ୍ରୀ ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଷ୍ଟାର ପ୍ରଚାରକ କରିଛି ବିଜେପି । ଝାଡଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢେଇକଳା ଖରସୁଆଁ ଓ ସିଂହଭୂମିରେ ଅଧିକ ସଂଖ୍ୟକ ଓଡିଆ ବସବାସ କରୁଥିବା ବେଳେ ସେଠାରେ ଆୟୋଜିତ ଦୁଇଟି ସଭାରେ ଯୋଗ ଦେଇ ଓଡିଆ ଭୋଟ୍ ବିଜେପି ଖାତାକୁ ଆଣିବା ପାଇଁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରଚାର କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଚାଇଁବାସାର କୋଲ୍ ହାନ୍ ଯାଇ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଥିଲେ।