ନ୍ୟୁଜ ଡେସ୍କ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏହି ତାଲିକାରେ ସାମିଲ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ହରାଇ ସରକାର ଗଢ଼ିବାକୁ ଲାଗିପଡ଼ିଛି ବିଜେପି।
ଦୀର୍ଘ ବର୍ଷ ପରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀଙ୍କୁ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଚାର ଦାୟିତ୍ବ ଦିଆଯାଇଛି। ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀ ଏକଦା ଝାରଖଣ୍ଡ ଯାଇଥିଲେ। ଏବେ ତାଙ୍କୁ ବିଜେପି ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଏହାର ଅର୍ଥ ସେ ଝାରଖଣ୍ଡରେ ବିଜେପି ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିବେ। ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାର ୧୭ନଂ ସ୍ଥାନରେ ଶ୍ରୀ ମାଝୀଙ୍କ ନାଁ ରହିଛି।ସେହିପରି ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାର ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି।ଓଡ଼ିଶା ସୀମାନ୍ତକୁ ଝାରଖଣ୍ତ ଲାଗିଛି। ଝାରଖଣ୍ଡର ସଢ଼େଇକଳା ଓ ଜାମସେଦପୁର ଭଳି ଅନେକ ଅଞ୍ଚଳରେ ଓଡ଼ିଆ ଭାଷାବାସୀ ଲୋକ ରହୁଛନ୍ତି।
ସେମାନଙ୍କୁ ନିଜ ପାଖକୁ ଆଣିବା ପାଇଁ ବିଜେପି ମୋହନ ମାଝୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିବା କୁହାଯାଉଛି। ସେହିଭଳି ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଚାର ଦାୟିତ୍ବ ମିଳିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ, ଏବଂ ଶିବାରାଜ ସିଂ ଚୌହାନ ପ୍ରମୁଖଙ୍କ ନାଁ ସାମିଲ ରହିଛି।