Thu. Oct 23rd, 2025

ନ୍ୟୁଜ ଡେକ୍ସ : ବହୁନାଟକୀୟ ଘଟଣାକ୍ରମେ ଗିରଫ ହୋଇ ୧୪ ଦିନ ବିଚାର ବିଭାଗୀୟ ହାଜତରେ ଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଜେଲ୍ରୁ ମୁକୁଳିଛନ୍ତି। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ।

ବୁଧବାର ଜାମିନ ପ୍ରଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଭୁବନେଶ୍ବର ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମରାଇବାରେ ତାଙ୍କର ଭୂମିକାକୁ ନେଇ ସେ ଗିରଫ ହୋଇଥିଲେ । ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଥିବା ବଳେ ଶେଷରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ ।

ତାଙ୍କ ଗିରଫଦାରୀ ପାଇଁ ରାଜ୍ୟ ଓଏଏସ୍ ସଂଘ ଦାବି କରି ଆନ୍ଦୋଳନ କରିଥିଲା । ସେ ଜାମିନ୍ ପାଇବା ପରେ ଏବେ ଲୋକେ ଚର୍ଚ୍ଚା କରୁଛନ୍ତି, ଜଣେ ଜଗା ଭିତରକୁ ଗଲା ତ ଆଉ ଜଣେ ବାହାରକୁ ଆସିଲା ।

Leave a Reply

Your email address will not be published. Required fields are marked *