Sun. Feb 22nd, 2026

ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ରେଳ ଷ୍ଟେସନରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି।ଘଟଣା ସୂଚନା ପାଇବା ସହିତ ସହିତ ଅଗ୍ନିଶମ ବାହିନୀର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିଲା।

ଅଗ୍ନିକାଣ୍ଡରେ ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟ, ଡିଟିସି ଚାମ୍ବର, ଟିକେଟ କାଉଣ୍ଟର ସହ ରେଳ ଲାଇନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହା ସହିତ ସମଗ୍ର ଷ୍ଟେସନର ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି।ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ନହେବା ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ରେଳ ବିଭାଗ ପକ୍ଷରୁ ଜଣାଯାଇଛି।

ଯାତ୍ରୀମାନେ ଭୟଭୀତ ନହେବା ପାଇଁ ମଧ୍ୟ ରେଳ ବିଭାଗ ପରାମର୍ଶ ଦେଇଛି। ଏହି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ମୂଲ୍ୟାୟନ କାର୍ଯ୍ୟ ଚାଲିଥିବା ବେଳେ ଆଗାମୀ ସମୟରେ ସଠିକ୍ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *