Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସ୍ତବ୍ୟସ୍ତ କରି ପକାଇଛି ଜନଜୀବନ । ବିଶେଷ କରି ତାତିରେ ପଶ୍ଚିମ ଓଡିଶା ଜଳୁଛି। ଏପରିକି ମଙ୍ଗଳବାର ଝାରସୁଗୁଡାରେ ପାରଦ ୪୬ ଡିଗ୍ରୀ ପାର କରିଛି। ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁକ ଛୁଟି ଘୋଷଣା କରାଯାଇଛି।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଝାରସୁଗୁଡା ବ୍ୟତୀତ ଏପ୍ରିଲ ୨୨ ପାଇଁ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି।

ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି ଏବଂ ସୋନପୁର ପାଇଁ ମଧ୍ୟ ୟେଲୋ ସତର୍କତା ଜାରି କରାଯାଇଛି।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଅନୁଭୂତ ହେବାକୁ ଥିବାବେଳେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ତାପମାତ୍ରା ବଢ଼ିପାରେ।

Leave a Reply

Your email address will not be published. Required fields are marked *