Thu. Oct 23rd, 2025

ନ୍ୟୁଜ ଡେକ୍ସ: ରଜରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗାଁରେ ଭୟାବହ ପରିସ୍ଥିତି ଦେଖାଯାଇଛି । ଜଣେ ମହିଳାଙ୍କୁ ଏକ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି । ତେବେ ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା କୋଳଡିହା ପଂଚାୟତ ଓଁଲାଡିହ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରୁ ଝିଅ ଆଖି ଆଗରେ ମାକୁ କୁମ୍ଭୀର ଟାଣି ନେଇଛି । କୁମ୍ଭୀର ମାକୁ ଟାଣିନେବା ପରେ ଝିଅ ଜୋରରେ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକ ପକାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ହେଲା ଖୋଜାଖୋଜି ଚାଲିଥିଲେ ମଧ୍ୟ ମାକୁ ଲୋକେ ପାଇନାହାଁନ୍ତି ।

ବର୍ଷାଦିନ ଆରମ୍ଭ ନହେଉଣୁ କୁମ୍ଭୀର ମାନେ ନଦୀରେ ସେମାନଙ୍କ ଆତଙ୍କ ଦେଖାଇବା ଆରମ୍ଭ କରିଛନ୍ତି । ତେବେ ନଦୀକୂଳିଆ ଗ୍ରାମବାସୀଙ୍କୁ କୁମ୍ଭୀର ପ୍ରତି ସଚେତନ ହୋଇ ଚଳିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *