Mon. Dec 23rd, 2024

ନ୍ୟୁଜ ଡେକ୍ସ: ଜମ୍ମୁ-କଶ୍ମୀରରେ ପୁଣି ହମଲା କରିଛନ୍ତି ଆତଙ୍କବାଦୀ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ 6 ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗନ୍ଦେରବାଲ ଜିଲ୍ଲାରେ ଏହି ହମଲା ହୋଇଛି।

ଆତଙ୍କବାଦୀମାନେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏକ ଘରୋଇ ନିର୍ମାଣ କମ୍ପାନୀରେ ନିୟୋଜିତ ଥିବା ଶ୍ରମିକମାନେ ଏକ ଅସ୍ଥାୟୀ ଶିବିରରେ ରହୁଥିଲେ। ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ। ସୂଚନା ଅନୁସାରେ, ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିଲା। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ।

ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।ଶ୍ରମିକମାନେ ପ୍ରବାସୀ ହୋଇ ଥିବାବେଳେ ଡାକ୍ତର ଜଣକ ଜମ୍ମୁ-କଶ୍ମୀରର। ହମଲା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି। ଏଥିସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି। ଏହି ହମଲାରେ ଦୁଇ ଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର ଆଇଜି ପୁଲିସ ଭି.କେ ବିର୍ଦିଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published. Required fields are marked *