Sun. Feb 22nd, 2026

ନ୍ୟୁଜ ଡେକ୍ସ : ସ୍ଥଗିତ ରହିଲା କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶ । ୟେମେନରେ ମୃତ୍ୟୁଦଣ୍ଡ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖର ପୂର୍ବଦିନ ଭାରତୀୟ ନର୍ସଙ୍କ ମୃତ୍ୟୁଦଣ୍ଡକୁ ୟେମେନ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। କେରଳର ନିମିଷା ପ୍ରିୟା ଜୁଲାଇ 2017ରେ ଜଣେ ୟେମେନି ନାଗରିକଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତାକାଲି (ବୁଧବାର) ତାଙ୍କୁ ଫାଶୀ ଦିଆଯିବା ନେଇ ସ୍ଥିର ହୋଇଥିଲା ।

ଏହା ଜଣାପଡିଛି ଯେ, ୟେମେନର ସ୍ଥାନୀୟ କର୍ତ୍ତୃପକ୍ଷ ଜୁଲାଇ16ରେ ହେବାକୁ ଥିବା ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଛନ୍ତି।ସୂତ୍ର ଅନୁସାରେ, ନିମିଷାଙ୍କୁ ଦଣ୍ଡରୁ ରକ୍ଷା କରିବା ପାଇଁ ଗୋଟିଏ ରାସ୍ତା ଥିଲା। ଯାହାକି ହତ୍ୟା ହୋଇଥିବା ବ୍ୟକ୍ତି ଜଣଙ୍କ ପରିବାର ସହାୟତା ନେବାକୁ ରାଜି ହେବା। ଦୀର୍ଘ ଦିନ ଧରି ଉକ୍ତ ପରିବାର ରାଜି ହୋଇନଥିଲେ, କିନ୍ତୁ ଏବେ ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି।ସେପଟେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଭାରତ ସରକାର ଆରମ୍ଭରୁ ନିମିଷାଙ୍କୁ ରକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଥିଲେ। ଭାରତ ସରକାର ଲଗାତର ଭାବେ ସ୍ଥାନୀୟ ଜେଲର ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛନ୍ତି। ଯେଉଁ କାରଣରୁ ୟେମେନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି।

ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ ନିମିଷାଙ୍କୁ ମୁକ୍ତ କରିବାକୁ କେରଳ କାନ୍ତପୁରମର ପ୍ରଭାବଶାଳୀ ସୁନ୍ନି ମୁସଲିମ୍ ନେତା ଏପି ଅବୁବକ୍ର ମୁସାଲିୟାର ୟେମନର ସୁଫି ବିଦ୍ୱାନଙ୍କ ସହ ଏନେଇ ଯୋଗାଯୋଗ ଚଳାଇଛନ୍ତି । ଏହି କ୍ରମରେ ୟେମେନର ପ୍ରଭାବଶାଳୀ ମୁସଲିମ୍ ନେତାମାନେ ପୀଡ଼ିତ ପରିବାର ସହ ଯୋଗାଯୋଗ କରିଥିଲେ। ଏହାପରେ ପୀଡ଼ିତ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି। ଫଳରେ ୟେମେନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି।

Leave a Reply

Your email address will not be published. Required fields are marked *