Thu. Oct 23rd, 2025

ନ୍ୟୁଜ ଡେକ୍ସ : ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଏକ ଘରୋଇ ବସ୍‌ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ RTO । ଗାଡିର ନଥିଲା ପରମିଟ୍ ଓ ଫିଟ୍‌ନେସ୍ ସାର୍ଟିଫିକେଟ୍ । ଶିବଶଙ୍କର ବସ୍‌ ମାଲିକ ଗଣିଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ଫାଇନ୍‌ ।

ସରକାରଙ୍କୁ ଟାକ୍ସ ଫାଙ୍କିବା, ଗାଡ଼ିର ଇନ୍‌ସୁରାନ୍ସ ନାହିଁ, ରାସ୍ତାରେ ଚାଲିବାର ପରମିଟ୍‌ ବି ନଥିଲା। ଫିଟ୍‌ନେସ୍ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଥିଲା । ଆଉ ଗତକାଲି ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ବସ୍ ମାଲିକ ।ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ RTO। ବସ୍‌ ନମ୍ବର ଓଡି 05 ଏଭି5465 ।

ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା।

Leave a Reply

Your email address will not be published. Required fields are marked *