Tue. Dec 24th, 2024

ନ୍ୟୁଜ ଡେସ୍କ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନୋଏଲ ଟାଟା । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟା ଅଧ୍ୟକ୍ଷ ଭବେ ନିଯୁକ୍ତ ହୋଇଛନ୍ତି । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ମୁମ୍ବାଇରେ ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା।

ଏହି ବୈଠକରେ ନୋଏଲ ଟାଟାଙ୍କ ନାଁରେ ମୋହର ବାଜିଥିଲା। ତେଣୁ ସେ ଟାଟା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ହୋଇଛନ୍ତି। ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସିଥିଲେ। କିନ୍ତୁ ତାଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବୋର୍ଡର ବୈଠକ ବସିଥିଲା। ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ।

ନୋଏଲ ଟାଟା ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟାଜ ଲିମିଟେଡ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡର ଅଧକ୍ଷ୍ୟ ଏବଂ ଟାଇଟନ୍ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଅଛନ୍ତି। ଏହାପୂର୍ବରୁ ସେ ୧୧ ବର୍ଷ ଧରି ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ ମସିହାରେ ତାଙ୍କୁ ଟ୍ରେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *