ନ୍ୟୁଜ ଡେକ୍ସ : ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଆଜି ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଆୟୋଜିତ ହେବ। ରାତି ୭ଟାରୁ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ବିଜୟୀ ଦଳ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ।ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ନ୍ୟୁଜିଲାଣ୍ଡ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଛି।
ଏହାର ଫଳରେ ଆଜିର ମ୍ୟାଚ ଉପରେ ସମଗ୍ର କ୍ରିକେଟ ପ୍ରେମୀଙ୍କ ନଜର ରହିଛି।ଆଜିର ମୁକାବିଲା କେବଳ ଗୋଟିଏ ସେମିଫାଇନାଲ ନୁହେଁ, ବରଂ ପୁରୁଣା ପ୍ରତିଶୋଧ ନେବାର ସୁଯୋଗ ମଧ୍ୟ। ଲଗାତାର ତୃତୀୟ ଥର ପାଇଁ ଭାରତ ଓ ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି।
୨୦୨୨ ଓ ୨୦୨୪ ସଂସ୍କରଣରେ ମଧ୍ୟ ଦୁଇ ଦଳ ଏହି ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ।ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡଙ୍କ ମଧ୍ୟରେ ରେକର୍ଡ ବର୍ତ୍ତମାନ ୧–୧ରେ ସମାନ ରହିଛି। ଉଭୟ ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ ସେମିଫାଇନାଲ ଖେଳୁଥିବାରୁ ଆଜିର ମ୍ୟାଚ ଭୟଙ୍କର ରୋମାଞ୍ଚକର ହେବ ବୋଲି ଦର୍ଶକମାନେ ଆଶା ରଖିଛନ୍ତି।

